ବର୍ଷା କାଳୀନ ପଲ୍ଲୀର ଦୃଶ୍ୟ | Rainy season- Best Odia Essay

Rainy season

ଉପକ୍ରମ :

ଗୋଟିକ ପରେ ଗୋଟିଏ ଋତୁ ଏ ପୃଥିବୀପୃଷ୍ଠକୁ ଆସେ ଏବଂ ତା’ର ରାଜପଣ ବିସ୍ତାର କରି ଚାଲିଯାଏ । ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ଜଣଙ୍କ ପରେ ଜଣେ ଆସି ଏ ପୃଥିବୀ ପୃଷ୍ଠରେ ଘଟାଇଯା’ନ୍ତି ବହୁ ପରିବର୍ତ୍ତନ ।

ବର୍ଷାଋତୁର ବର୍ଣ୍ଣନା :

ପ୍ରଚଣ୍ଡ ନିଦାଘ ପରେ ପୃଥିବୀ ଉପରେ ଆସେ ବର୍ଷାର ବାରିଧାରା । ଆଷାଢ଼ର ଆଦ୍ୟସିକ୍ତ ଭୂମିର ମଧୁର ଗନ୍ଧ ଚାରିଦିଗରେ ଛୁଟାଇଦିଏ ମାଦକତା । ଆକାଶରେ ମେଘମାଳା ଦେଖୁ ମୟୂର ନାଚିଉଠେ ଏବଂ କବି ଓ ଭାବୁକ ପ୍ରାଣରେ ଖେଳିଯାଏ ଅସୁମାରୀ ଭାବନା ମେଘର ଗର୍ଜନ, ବିଜୁଳିର ଉଲ୍ଲାସଭରା ଶିକ୍ଷକ ନୃତ୍ୟ ସୃଷ୍ଟିକରେ ଏକ ଭାବ-ମଧୁର ଅପୂର୍ବ ପରିବେଶ । କେତକୀ ପାଖୁଡ଼ାର ମନମତାଣିଆ ଗନ୍ଧ ପ୍ରାଣେ ପ୍ରାଣେ ଭରିଦିଏ ଅଜସ୍ର ଉନ୍ମାଦ । ରଙ୍ଗଣୀ, ତରାଟ ଓ ରୋମାଞ୍ଚ କଦମ୍ବ ଭିତରେ ବର୍ଷା ସତେଯେମିତି ଶୋଇଯାଏ ଫୁଲର ଶେଯ ବିଛେଇ ! ବାଡ଼ିବଗିଚାରେ ନାନାଦି ଫୁଲଫଳ ପଲ୍ଲୀବାସୀଙ୍କୁ ଦିଏ ଗଭୀର ଆନନ୍ଦ ।

ପଲ୍ଲୀର ଦୃଶ୍ୟ :

ପଲ୍ଲୀଭୂଇଁ ହେଉଛି ପ୍ରକୃତି ରାଣୀର ଶୋଭାର ଗନ୍ତାଘର । ଦୂର ପାହାଡ଼ରେ ମେଘଖଣ୍ଡସବୁ ଲାଖୁରହି ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରେ । ମନେ ହୁଏ ବିଷ୍ଣୁଙ୍କ ଅଙ୍ଗରେ ସତେଅବା କ୍ଷୀର ସମୁଦ୍ରର ଫେଣ ଛିଟିକି ପଡ଼ିଛି । ଗାଁ ପୁଷ୍କରିଣୀର ଜଳରାଶି ଗୋଳିଆ ହୋଇଉଠେ ଏବଂ ତା’ ତୀରରେ ଥିବା ଗଛପତ୍ରର ସୁନ୍ଦର ପ୍ରତିଫଳନ ସେଥିରେ ଆଉ ହୁଏ ନାହିଁ । ବାଟରେ ଯାଉଥିବା ବାଟୋଇଟି ଠାଆକୁ ଠାଆ ଅଟକ୍ରିଯାଏ । କାରଣ ତୁହାକୁ ତୁହା ବର୍ଷା ମାଡ଼ିଆସି ଅଳ୍ପ ସମୟ ପାଇଁ ଛାଡ଼ି ପୁଣି ଜଳ ଢାଳିଦିଏ । ଗୋଟିଏ ସାଧାରଣ ଦୃଶ୍ୟ ଦେଖୁ ବଡ଼ କୌତୁକ ଲାଗେ । ବେଙ୍ଗଟିକୁ ସାପ ଧରିଥାଏ । ବିକଳରେ ରାବିଉଠିଥିବା ବେଙ୍ଗଟି ତା’ ମୁହଁ ପାଖଦେଇ ଉଡ଼ିଯାଉଥିବା କଙ୍କିଟିକୁ ଗିଳିଦେବାର ପ୍ରୟାସ କରେ । ଏସବୁ ଦୃଶ୍ୟ ଦେଖୁ କବି ଓ ଭାବୁକ ଗଣ ନାନାଦି ଦାର୍ଶନିକ ଚିନ୍ତାରେ ମାତି ଉଠନ୍ତି ଏବଂ ଜୀବନର ବହୁତତ୍ତ୍ଵ ପରିବେଷଣ କରନ୍ତି । ପଲ୍ଲୀ ନିକଟରେ ବହିଯାଉଥିବା ନଦୀରେ ଆସିଯାଏ ଘୋର ବନ୍ୟା । ବନ୍ୟାଜଳ ଗାଁଟିକୁ ଭସେଇନବାର ଧମକ ଦିଏ । ଗାଁ ଲୋକଙ୍କ ଭିତରେ ପଡ଼ିଯାଏ ଭାଳେଣି । ରାତିରାତି ବନ୍ଧକୁ ଜଗି ରହି କୋଉଠି ଫାଟ ହେଲା କି ଗଳିଆ ପଡ଼ିଲା ସେମାନେ ସତର୍କ ଦୃଷ୍ଟି ରଖା’ନ୍ତି । ପାଣି ପଚପଚ ହୋଇ ଗାଁର ରାସ୍ତାଘାଟ ଚଳପ୍ରଚଳ ପାଇଁ ଏକାବେଳକେ ଅନୁପଯୁକ୍ତ ହୋଇପଡ଼େ । ଦିନ ମଜୁରିଆମାନେ କାମକୁ ଯାଇପାରନ୍ତି ନାହିଁ ଏବଂ ଭୋକ ଉପାସରେ ଘରକୋଣରେ ମୁହଁମାଡ଼ି ପଡ଼ିରହନ୍ତି । ବର୍ଷା ପଲ୍ଲୀପ୍ରକୃତିରେ ଭରିଦିଏ ସୌନ୍ଦର୍ଯ୍ୟ, ସବୁଜିମା, ସତେଜତା ଓ ପ୍ରାଚୁର୍ଯ୍ୟ । ବର୍ଷାର ଅଭାବରେ ପଲ୍ଲୀଭୂମି ନୀରସ ଓ ଶୁଷ୍କ ଜଣାପଡ଼େ । ପତିହରା ଗ୍ରାମ ବଧୂଟିପରି ସେ ହୋଇଉଠେ ହତଶ୍ରୀ ଓ ହତଭାଗିନୀ ।

ଶେଷକଥା :

ସହରାଞ୍ଚଳକୁ ଆଷାଢ଼ ଅସରା ପଛେ ଭୁଲିଯାଉ; କିନ୍ତୁ ପଲ୍ଲୀ ପ୍ରକୃତିରେ ସେ ଢାଳିଦେଇ ପରିପୂର୍ଣ୍ଣ ଜୀବନର ଧାରା । କାରଣ ନିଷ୍ଫଳ ବିଶ୍ବର ଖାଦ୍ୟ ଓ ବସ୍ତ୍ରର ଭଣ୍ଡାର ସେହି ଅଞ୍ଚଳରେ ସାଇତି ରଖୁଛି ପ୍ରକୃତିରାଣୀ । ବର୍ଷା ହେଉଛି ସେହି ଅନ୍ନପୂର୍ଣ୍ଣା ପଲ୍ଲୀଜନନୀର ଖାଦ୍ୟବସ୍ତ୍ର ଭଣ୍ଡାରର ଚାବିକାଠି ।

Rainy season

Also Read:-

Leave a Comment