What is Domain Name in Odia | ଡୋମେନ୍ ନାମ କ’ଣ?

ଡୋମେନ୍ ର ଅର୍ଥ । Domain Meaning

ଯେପରି ପ୍ରତ୍ୟେକ ବ୍ୟକ୍ତିଙ୍କ ନାମ ଦ୍ୱାରା ଆମେ ତାଙ୍କୁ ଚିହ୍ନିଥାଉ, ସେହିଭଳି ଇଣ୍ଟରନେଟରେ ଡୋମେନ୍ ନାମ ସାହାଜ୍ୟରେ କୌଣସି ୱେବସାଇଟ କୁ ଆମେ ସହଜରେ ଖୋଜିପାରିବା । ପୂର୍ବରୁ କୌଣସି ୱେବସାଇଟ୍ କୁ ଖୋଜିବା ପାଇଁ 1122, 2121 ଇତ୍ୟାଦି ଇଣ୍ଟରନେଟ୍ ପ୍ରୋଟୋକଲ୍ ଏଡ୍ରେସ ମନେ ରଖିବାକୁ ପଡୁଥିଲା ଯାହା ବହୁତ କଷ୍ଟସାଧ୍ୟ ଥିଲା । ଡୋମେନ୍ ନାମ ମନେ ରଖିବା ଅତ୍ୟନ୍ତ ସହଜ ଏବଂ ଯେତେବେଳେ ଆମେ ଏହାକୁ କୌଣସି ବ୍ରାଉଜର ଦ୍ୱାରା ସାର୍ଚ କରୁ, ସେତେବେଳେ ଏହା ସେହି ଡୋମେନ ନାମ କୁ IP ଏଡ୍ରେସ ଅର୍ଥାତ ଇଣ୍ଟରନେଟ୍ ପ୍ରୋଟୋକଲ୍ ଏଡ୍ରେସରେ ପରିଣତ କରେ ଏବଂ ଆମେ ସେହି ୱେବସାଇଟ୍ ଦେଖିବାକୁ ସକ୍ଷମ ହୋଉ ।

http # XYZ.com XYZ ଡୋମେନ୍ ନାମ ଏବଂ .com ହେଉଛି ଏହାର ଏକ୍ସଟେନ୍ସନ୍ଡୋ । ଡୋମେନ୍ ନାମ ଗୁଡିକ ପ୍ରାୟତଃ ଛୋଟ ଏବଂ ମନେ ରଖିବାରେ ସହଜ ହୋଇଥାଏ । ଡୋମେନ୍ ଏବଂ ଏକ୍ସଟେନ୍ସନ୍ କୁ ମିଳିତ ଭାବରେ ଡୋମେନ୍ ନାମ କୁହାଯାଏ ।

What is SEO in Odia | SEO କଣ? ଜାଣନ୍ତୁ ଓଡିଆରେ

ଡୋମେନ୍ ନାମର ପ୍ରକାର ।

ୱେବସାଇଟ୍ କୁ ଖୋଜିବା ସହଜ କରିବାକୁ ଡୋମେନ୍ ନାମଗୁଡିକ ମଧ୍ୟ ବିଭିନ୍ନ ବିଭାଗରେ ବିଭକ୍ତ । ଡୋମେନ୍ ର ପ୍ରକାରଗୁଡିକ ନିମ୍ନରେ ଦିଆଯାଇଛି ।

  1. Top Level Domain Name- ଏହି ପ୍ରକାରର ଡୋମେନ୍ ନାମ ଆମେ ଆମର ଦୈନନ୍ଦିନ ଜୀବନରେ ବ୍ୟବହାର କରୁ । ଯେପରିକି .com, .au , .org ଇତ୍ୟାଦି ତିନୋଟି ଅକ୍ଷର ବିଶିଷ୍ଟ ଡୋମେନଗୁଡିକ US ଦ୍ୱାରା ବ୍ୟବହୃତ ହୁଏ ।
  2. Country Top Level Domain Names- ଅନେକ ଡୋମେନ୍ ଦେଶର ନାମରେ ନାମିତ । ଯେପରିକି India.in, United Nation.uk ଇତ୍ୟାଦି ।
  3. Subdomain Name- ଏହି ଡୋମେନ୍ ନାମଗୁଡିକ କିଣାଯାଏ ନାହିଁ । ଆପଣ ନିଜର ଡୋମେନ୍ ନାମରେ ଅନ୍ୟ ଏକ ସବଡୋମେନ୍ ଯୋଗ କରି ସେମାନଙ୍କୁ ଏକାଧିକ ଡୋମେନ୍ ନାମରେ ରୂପାନ୍ତର କରିପାରିବେ ।

india.XYZ.com
odisha.XYZ.com

ଏହି ଉଭୟଙ୍କର india ଏବଂ odisha ହେଉଛି ସବଡୋମେନ୍ ନାମ (Subdomain Name)

Example:- https://www.odishapaper.com/

ଏଠାରେ https://=Protocole, www =Subdomain, .odishapaper=Domain, .com=Top Level Domain Name

Domain name

ଡୋମେନ ନାମ କୁ କିପରି କିଣିବେ? How to buy Domain name?

ଇଣ୍ଟରନେଟରେ ଯେକୌଣସି ୱେବସାଇଟ୍ ତିଆରି କରିବା ପୂର୍ବରୁ, ଏକ ଡୋମେନ୍ ନାମ କିଣିବା ଆବଶ୍ୟକ । ଏହାକୁ କିଣିବା ପାଇଁ, କୌଣସି ଡୋମେନ୍ ପ୍ରଦାନକାରୀଙ୍କ ଠାରୁ ଏକ ଡୋମେନ୍ ଆକାଉଣ୍ଟରେ ପଞ୍ଜିକରଣ କରିବାକୁ ପଡିବ ଏବଂ ଏକ ଉପଲବ୍ଧ ଥିବା ନୂତନ ଡୋମେନ୍ ନାମ ବାଛିବାକୁ ପଡିବ । Www.godaddy.com ଏବଂ www.bigrock.in ପରି ଅନେକ ଡୋମେନ୍ ପ୍ରଦାନକାରୀ କମ୍ପାନୀ ରହିଛି ଯାହାଙ୍କ ଦ୍ୱାରା ଆପଣ ଡୋମେନ ଗୁଡିକୁ ଭାରତରେ ଅତି ଶସ୍ତା ମୂଲ୍ୟରେ କିଣିପାରିବେ ।

ଯେକୌଣସି ୱେବସାଇଟ୍ ର ସୂଚନା ପାଇଁ ଏକ ଡୋମେନ୍ ନାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ଡୋମେନ୍ ନାମ କ୍ରୟ କରି, ଆମେ ନିଜର ବ୍ୟବସାୟ ପାଇଁ ୱେବସାଇଟ୍ ମଧ୍ୟ ସେଟ୍ ଅପ୍ କରିପାରିବା ଯାହାଦ୍ଵାରା ଅଧିକରୁ ଅଧିକ ଲୋକ ଆମର ବ୍ୟବସାୟ ବିଷୟରେ ଜାଣିପାରିବେ ।

Environment Slogan In Odia

Also Read:-

Leave a Comment